ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇପାରେ +୨ ରେଜଲ୍ଟ

ଭୁବନେଶ୍ୱର,୯।୭(ବ୍ୟୁରୋ): ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ୨ ପରୀକ୍ଷାଫଳ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ ନିର୍ଧାରିତ ସମୟ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇପାରେ। ନହେଲେ ଅତିବେଶିରେ ଆଉ ଦିନେ କିମ୍ବା ଦୁଇ ଦିନ ଲାଗିପାରେ। ତଥାପି ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି।

Share