ଜୁଲାଇ ୪ରେ ରଥଯାତ୍ରା: ଅପରାହ୍ନ ୪ଟାରେ ରଥଟଣା

ପୁରୀ ଅଫିସ, ୫ା୬: ଆସନ୍ତା ଜୁଲାଇ ୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ସଅଳ ନୀତି ନିର୍ଘଣ୍ଟ କରିଛି। ପ୍ରାତଃ ୬ଟାରେ ମଙ୍ଗଳ ଆଳତି କରାଯାଇ ଠାକୁରଙ୍କ ଅନ୍ୟାନ୍ୟ ନୀତି ଚାଲିବ । ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ ହୋଇ ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ସରି ରଥ ଉପରକୁ ମଦନମୋହନ ବିଜେ ହେବେ। ଏହାପରେ ଚିତାଲାଗି ନୀତି ଓ ଠାକୁରଙ୍କ ବେଶ ସମ୍ପନ୍ନ ହେବ। ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜା ତିନିରଥରେ ଛେରାପହଁରା କରିବେ। ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ହୋଇ ଘୋଡ଼ା, ସାରଥୀ ଲାଗିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ନୀତି ସବ୍‌ କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ଆସନ୍ତା ୯ତାରିଖ ଛତିଶା ନିଯୋଗ ବୈଠକରେ ଏହି ନୀତି ଚୂଡ଼ାନ୍ତ ହେବ। ୧୧ତାରିଖ ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ କରାଯିବ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିିଲେ ଛତିଶା ନିଯୋଗ ଓ ପରିଚାଳନା କମିଟି ଏଥିରେ ପରିବର୍ତ୍ତନ କରିପାରିବେ ବୋଲି କୁହାଯାଇଛି।
ନୀତି ସବ୍‌ କମିଟି ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା ୧୨ରେ ରାଜେନ୍ଦ୍ରାଭିଷେକ, ୧୩ରେ ରୁକ୍ମୁଣୀ ହରଣ ଏକାଦଶୀ, ୧୪ରେ ଚମ୍ପକ ଦ୍ୱାଦଶୀ, ୧୫ରେ ଦଇତାପତି ପ୍ରବେଶ, ୧୬ରେ ସେନାପଟା ଲାଗି ଏବଂ ୧୭ରେ ସ୍ନାନଯାତ୍ରା ଓ ହାତୀବେଶ ନୀତିକୁ ନେଇ ଆଲୋଚନା ହୋଇଥିଲା। ସ୍ନାନଯାତ୍ରା ପାଇଁ ଭୋର ସାଢେ ୫ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢେ ୭ଟାରେ ସରିବ। ଠାକୁର ସ୍ନାନମଣ୍ଡପରେ ବିଜେ କରିବା ପରେ ସକାଳ ସାଢେ ୯ଟାରେ ଅଧରପୋଛା ନୀତି ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଜଳବିଜେ, ପୂଜା ଓ ସ୍ନାନ, ଅପରାହ୍ନ ସାଢେ ୩ଟାରେ ଛେରା ପହଁରା ସରିବା ପରେ ୪ଟାରୁ ହାତୀବେଶ ଆରମ୍ଭ ହେବ। ରାତି ସାଢେ ୧୦ଟା ପର୍ଯ୍ୟନ୍ତ ଭକ୍ତ ଏହି ବେଶ ଦର୍ଶନ କରିପାରିବେ। ଏହାପରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ରାତି ସାଢେ ୧ଟାରେ ସରିବ। ସେହିପରି ଜୁନ୍‌ ୨୮ରେ ଚକାବିଜେ, ୨୯ରେ ଶ୍ରୀମନ୍ଦିରରେ ଖଳିଲାଗି, ୩୦ରେ ଶ୍ରୀନଅରକୁ ରାଜପ୍ରସାଦ ବିଜେ, ଜୁଲାଇ ୧ରେ ଶ୍ରୀମନ୍ଦିରରେ ଘଣାଲାଗି ଓ ବନକଲାଗି, ୨ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ୩ରେ ଉଭାଯାତ୍ରା, ୪ରେ ଗୁଣ୍ଡିଚା ଯାତ୍ରା, ୮ରେ ହେରାପଞ୍ଚମୀ, ୧୧ରେ ସନ୍ଧ୍ୟା ଦର୍ଶନ, ୧୨ରେ ବାହୁଡ଼ା ଯାତ୍ରା ଓ ହରିଶୟନ ଏକାଦଶୀ, ୧୩ ତାରିଖରେ ସୁନାବେଶ ଓ ଗରୁଡ଼ ଶୟନ, ୧୪ରେ ରଥ ଉପରେ ଶ୍ରୀବିଗ୍ରହଙ୍କ ଅଧରପଣା ଓ ୧୫ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ। ଏହିସବୁ ନୀତି ବିଷୟରେ ସବ୍‌ କମିଟି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ, ସବ୍‌ କମିଟି ସଦସ୍ୟ ମାଧବ ପୂଜାପଣ୍ଡା, ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆଇଏନ୍‌ଏଲ୍‌ କାରଖାନାରେ ଶ୍ରମିକ ନିଖୋଜ ମାମଲା: ମାଟି ତଳୁ ମିଳିଲା ମୃତଦେହ

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୨ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ବ୍ୟାଚିଂ ପ୍ଲାଣ୍ଟ ନିକଟ ମାଟି...

ଗଙ୍ଗୁଆ କେନାଲରେ ବୁଡ଼ି ଚାଲିଗଲା ଜୀବନ

ଭୁବନେଶ୍ବର,୨।୧୧: ଚକେଇସିଆଣି ଗଙ୍ଗୁଆ କେନାଲରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଚକେଇସିଆଣି ଅଞ୍ଚଳର ବୋଲି...

ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଦେବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର,୨ା୧୧: ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ୍‌-ପୋଷଣ ଅଭିଯାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର...

ଅଘଟଣ ଘଟାଇବା ପାଇଁ କରୁଥିଲେ ଉଦ୍ୟମ, ଯବାନଙ୍କୁ ଦେଖି…

ନୂଆପଡ଼ା,୨ା୧୧(ମକାରୁ ବେମାଲ): ନୂଆପଡ଼ା ପୋଲିସ ଓ ଏସ୍‌ଓଜି ଯବାନଙ୍କ ମିଳିତ କୋମ୍ବିଂ ବେଳେ ଶନିବାର ଏକ ମାଓବାଦୀ କ୍ୟାମ୍ପ୍‌ ଠାବ କରାଯାଇଛି। ଏହି ସମୟରେ ମାଓବାଦୀମାନେ...

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ଛତ୍ରପୁର,୨।୧୧(ଦିଲୀପ ସାମଲ): ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି...

ବଲାଙ୍ଗୀର ନୂଆ ସର୍କିଟ ହାଉସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ବଲାଙ୍ଗୀର,୨।୧୧: (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ନବନିର୍ମତ ଦୁଇ ମହଲା କୋଠା ବିଶିଷ୍ଟ ସର୍କିଟ ହାଉସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର  ଉଦ୍‌ଘାଟନ କରିଛନ୍ତି...

ଆମ୍ବ ଟାକୁଆ ଖାଇ ମୃତ ଓ ଗୁରୁତରଙ୍କୁ ମିଳିଲା ସହାୟତା ରାଶି: ମୃତକଙ୍କୁ ୨୦, ଗୁରୁତରଙ୍କୁ ୧୦ ହଜାର

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ରାଶି...

ବଲାଙ୍ଗୀରରେ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ:ଘାଡ଼ାକୁ ଘାସର ଦାୟିବ ଦିଆଗଲେ…

ଭୁବନେଶ୍ୱର,୨।୧୧: ବଲାଙ୍ଗୀର ବେଲପଡ଼ାରେ ଆୟୋଜିତ ସାଧାରଣସଭାରେ ଉଦ୍‌ବୋଧନ ଦେଇ ପୂର୍ବ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri