ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି। ଜୁହୁ ବିମାନ ବନ୍ଦରରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବିମାନ ବନ୍ଦର ରନ୍ଓ୍ବେରେ ବର୍ଷା ଜଳ ଜମି ରହିବାରୁ ଏଠାରେ ମାଛ ଖେଳୁଥିବା କୁହାଯାଉଛି। ରନ୍ଓ୍ବେରେ ଏକ ତିନି ଫୁଟ ଲମ୍ବ ମାଗୁର ମାଛ ଖେଲୁଥିବା ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶିବ ଅରୁର୍ ନାମକ ଜଣେ ବ୍ୟକ୍ତି ତାଙ୍କ ଟୁଇଟର ଆକାଉଣ୍ଟ୍ରେ ଏହି ଭିଡ଼ିଓ ଅପଲୋଡ୍ କରିଛନ୍ତି। ଭିଡ଼ିଓ ଭାଇରାଲ ହେବା ପରେ ବିମାନବନ୍ଦର କର୍ମଚାରୀ ରନ୍ଓ୍ବେକୁ ସଫା କରିବ ସହିତ ମାଛକୁ ଧରି ପ୍ଲାଷ୍ଟିକ୍ ବ୍ୟାଗ୍ରେ ରଖିଛନ୍ତି। ଜୁହୁ ବିମାନ ବନ୍ଦରର ଗୋଟିଏ ପଟେ ହ୍ରଦ ଥିବାବେଳେ ଅନ୍ୟ ପଟେ ନାଳ ରହିଛି। ରନ୍ଓ୍ବେରେ ବର୍ଷା ଜଳ ଜମି ରହିବାରୁ ହ୍ରଦ ଓ ନାଳରୁ ମାଛ ଆସିଥିବା କୁହାଯାଉଛି। ୨୬ ସେକେଣ୍ଡର ଏହି ଭିଡ଼ିଓଟି ଜୁନ୍ ୨୯ରେ ଅପଲୋଡ୍ ହୋଇଥିବା ଜଣାପଡ଼ିଛି।