Categories: ବାଣିଜ୍ୟ

ଜେଇଇ ଆଡଭାନ୍ସରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୧୬-୬(ବ୍ୟୁରୋ): ଶୁକ୍ରବାର ପ୍ରକାଶିତ ଜେଇଇ ଆଡଭାନ୍ସରେ ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନର କଟକ ଏବଂ ଭୁବନେଶ୍ୱର ସେଣ୍ଟରର ଛାତ୍ରୀଛାତ୍ର ସଫଳତା ଧାରା ବଜାୟ ରଖିବାକୁ ସକ୍ଷମ ହୋଇଥିବା ଫିଟ୍‌ଜୀ ଭୁବନେଶ୍ୱର ସେଣ୍ଟର ମୁଖ୍ୟ ରାଣାଜୟ ବର୍ଦ୍ଧନ କହିଛନ୍ତି। ପ୍ରତିଷ୍ଠାନର ୪ ବର୍ଷିଆ କ୍ଲାସରୁମ କାର୍ଯ୍ୟକ୍ରମ ଛାତ୍ର ସାୟନ୍ତନ ଧର ସର୍ବଭାରତୀୟ ର଼୍ୟାଙ୍କ ୫୧ତମ ସ୍ଥାନରେ ରହିଛନ୍ତି। ସେହିଭଳି ୫୮ତମ ସ୍ଥାନରେ ଥିବା ଶିବାଶିଷ ନାୟକ ଏବଂ ୮୩ତମ ସ୍ଥାନରେ ଥିବା ପ୍ରତୀକ ଚୌଧୁରୀ ମଧ୍ୟ ୪ ବର୍ଷିଆ କ୍ଲାସରୁମ କାର୍ଯ୍ୟକ୍ରମର ଛାତ୍ର। ଫିଟ୍‌ଜୀର ଦୁଇ ବର୍ଷିଆ କ୍ଲାସରୁମ କାର୍ଯ୍ୟକ୍ରମର ଛାତ୍ର ପୋଷନ ମହାପାତ୍ର ୫୯୬ ତମ ର଼୍ୟାଙ୍କ, ୬୬୦ରେ ହର୍ଷ କୁମାର, ୭୧୩ରେ ରୋମିତ ମହାନ୍ତି ଏବଂ ୮୦୩ ର଼୍ୟାଙ୍କରେ କୌସ୍ତଭ କୁମାର ରହିଛନ୍ତି। ସ୍ବତନ୍ତ୍ର ଟ୍ରେନିଂ ପଦ୍ଧତି, ପ୍ୟାଟର୍ନ ପ୍ରୁଫ ଷ୍ଟଡି ପ୍ୟାକେଜ, ମାସିକ ଏବଂ ଅଲ୍‌ ଇଣ୍ଡିଆ ଟେଷ୍ଟ ସିରିଜ ଭଳି ପଦକ୍ଷେପ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରାଯାଉଥିବା ଫିଟ୍‌ଜୀ ସୂଚନା ଦେଇଛି। ଫିଟ୍‌ଜୀ ଓଡ଼ିଶା ଅପରେଶନର ମେଣ୍ଟର ପି.କେ.ଦାସ ସଫଳ ଛାତ୍ରୀଛାତ୍ରଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ।

Share