ଜେଇଇ, ଏନ୍‌ଇଇଟି ପାଇଁ ତାରିଖ ଘୋଷଣା: ହେବନି ସିବିଏସ୍‌ଇ ୧୦ମ ପରୀକ୍ଷା

ଭୁବନେଶ୍ୱର,୬ା୫(ବ୍ୟୁରୋ): ଦେଶରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ ଓ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି ୟୁଜି ୨୦୨୦) ନେଇ ମଙ୍ଗଳବାର ତାରିଖ ଘୋଷଣା କରାଯାଇଛି। ଗତ ଏପ୍ରିଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁଲାଇ ୧୮ ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସେହିଭଳି ମେ’ ୩ରେ ହେବାକୁ ଥିବା ଏନ୍‌ଇଇଟି ପରୀକ୍ଷା ଜୁଲାଇ ୨୬ରେ ହେବ। ଏହାବ୍ୟତୀତ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ। ତେବେ ଜେଇଇ ଆଡ୍‌ଭାନ୍ସ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଜେଇଇ ମେନ୍‌ ଓ ଏନ୍‌ଇଇଟି ୟୁଜି ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରୀଛାତ୍ରଙ୍କ ଆଡମିଟ୍‌ କାର୍ଡ ଖୁବ୍‌ଶୀଘ୍ର ପ୍ରକାଶ ପାଇବ। ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର, ସହର ଏବଂ ସେସନ୍‌ ବିଷୟରେ ସମସ୍ତ ସୂଚନା ପାଇପାରିବେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ଆଡମିଟ୍‌ କାର୍ଡ ଜାରି କରାଯିବ। nta.ac.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ରମାନେ ଜେଇଇ ମେନ୍‌ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ତେବେ ଚଳିତବର୍ଷ ସମଗ୍ର ଦେଶରେ ଏନ୍‌ଇଇଟି ଲାଗି ୧୫.୯୩ ଲକ୍ଷ ଛାତ୍ରୀଛାତ୍ର ଓ ଜେଇଇ ମେନ୍‌ ପାଇଁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ସିବିଏସଇ ୧୦ମ ଓ ଯୁକ୍ତ ୨ ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ ବୋଲି ମଙ୍ଗଳବାର ସକାଳେ କେନ୍ଦ୍ରମନ୍ତ୍ରୀ ପୋଖରିୟାଲ ସୂଚନା ଦେଇଥିବାବେଳେ ସନ୍ଧ୍ୟାରେ ଟୁଇଟ୍‌ କରି ସେଥିରେ ପରିବର୍ତ୍ତନ କରିଛନ୍ତି। କେବଳ ଉତ୍ତର-ପୂର୍ବ ଦିଲ୍ଲୀକୁ ଛାଡ଼ି ଦେଶର କୌଣସି ସ୍ଥାନରେ ସିବିଏସ୍‌ଇ ୧୦ମ ପରୀକ୍ଷା ଅନୁଷ୍ଠିତ ହେବନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

ଝାରସୁଗଡା,୧୦।୧: ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ...

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା…ଜାଣନ୍ତୁ କ’ଣ

ଭୁବନେଶ୍ୱର, ୧୦ା୧(ସୁନିତ୍‌ ମିଶ୍ର):ସୁଭଦ୍ରା ଯୋଜନାରୁ ଅପ୍‌ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି। ଯେଉଁ ହିତାଧିକାରୀମାନେ ଭୁଲ୍‌ରେ ଅପଟ୍‌ ଆଉଟ ହୋଇଯାଇଥିଲେ ସେମାନେ...

କଶ୍ମୀର ଉପତ୍ୟକାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର,୧୦ା୧(ଅନୁରାଧା ମହାରଣା):କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଶେଷ କରିଛି। ଏହି ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ...

ସ୍ବାମୀ ସାଜିଲେ ସଇତାନ: ସାମାନ୍ୟ କଥାରେ ଗର୍ଭବତୀ ସ୍ତ୍ରୀଙ୍କ ବେକକୁ ଧାନକଟା ଦା’ରେ କାଟିଦେଲେ…

ପାତ୍ରପୁର, ୯ା୧(ଉମା ଚରଣ ନେପାକ)- ଜରଡା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡକେରି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସାମାନ୍ୟ କଥାକୁ...

୧୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୯ା୧(ଅନିଲ ଦାସ)- ଆସନ୍ତା ଜାନୁଆରୀ ୧୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ...

2036 Olympics: ଓଡ଼ିଶାରେ ହେବ ହକି, ଅହମ୍ମଦାବାଦ, ମୁମ୍ବାଇକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ

ନୂଆଦିଲ୍ଲୀ,୯।୧: ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ...

ଥରାଉଛି ଶୀତ: ସନ୍ଧ୍ୟା ହେଲେ ଘରୁ ବାହାରିବା ହେଉଛି ମୁସ୍କିଲ

ରାଇକିଆ,୯।୨(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେ ଶୀତର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା...

ଜଳିଗଲା ଯାତ୍ରୀବାହୀ ବସ୍‌

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୯ଟାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri