Categories: ଜାତୀୟ

ଜେଇଏମ୍‌ ଆତଙ୍କୀ ମୃତ

ଶ୍ରୀନଗର ୨୩।୪: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗତ ଫେବୃଆରୀ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନ ଶହୀଦ ହୋଇଥିଲୋ। ଏଥିରେ ସମ୍ପୃକ୍ତ ସମସ୍ତ ଜୈଶ-ଇ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ରାଜ୍ୟରେ ମୋଟ ୬୬ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀମାନେ ହତ୍ୟା କରିଥିଲାବେଳେ ସେମାନଙ୍କ ମଧ୍ୟରେ ୨୭ ଜଣ ପାକ୍‌ ସମର୍ଥିିତ ଜେଇଏମ ସଦସ୍ୟ । ଆତଙ୍କବାଦ ପ୍ରତି ମୋଦି ସରକାରଙ୍କ କଠୋର ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଗତ ୪୫ ଦିନ ମଧ୍ୟରେ ଜେଇଏମ୍‌ର ୧୯ ଜଣ ପ୍ରଶିକ୍ଷିତ ଜିହାଦୀଙ୍କୁ ସୁରକ୍ଷା କର୍ମୀମାନେ ହତ୍ୟା କରିଛନ୍ତନ୍ତି। ପୁଲଓ୍ବାମା ଆକ୍ରମଣ ପରେ ୪ ଜଣ ଜେଇଏମ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲାବେଳେ ଅନ୍ୟ ୪ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିଲା। ଫେବୃଆରୀ ୧୮ରେ ଦୁର୍ଦ୍ଦାନ୍ତ କମରାନ, ମାର୍ଚ୍ଚ ୧୧ରେ ମୁଦାଶିର ଅହମ୍ମଦ ଖାଁ ଓ ସାଜ୍ଜଦ ଭଟ୍ଟ ପ୍ରମୁଖ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ।

Share