Categories: ଜାତୀୟ

ଜେଏନ୍‌ୟୁ ଦୀକ୍ଷାନ୍ତ ସମାରୋହ: ଫି ବୃଦ୍ଧି ନେଇ ଶିକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୧୧।୧୧: ଜେଏନ୍‌ୟୁର ଦୀକ୍ଷାନ୍ତ ସମାରୋହ ସୋମବାର ସମ୍ପନ୍ନ ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ବାହାରେ ଶିକ୍ଷାର୍ଥୀ ହଷ୍ଟେଲ୍‌ ଫି ବୃଦ୍ଧି ଏବଂ ଡ୍ରେସ୍‌ କୋଡ୍‌ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀକ୍ଷାନ୍ତ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଯୋଗଦେଇଛନ୍ତି। ଫି ବୃଦ୍ଧି କରାଯାଇଥିବାବେଳେ ଦୀକ୍ଷାନ୍ତ ସମାରୋହର କୌଣସି ଆବଶ୍ୟକତା ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ହଷ୍ଟେଲ୍‌ରେ ରହିବା ମାଗଣା କରାଯିବା ଏବଂ ହଷ୍ଟେଲରୁ ଡ୍ରେସ୍‌ କୋଡ୍‌ ଉଠାଇ ନେବାକୁ ଶିକ୍ଷାର୍ଥୀ ଦାବି କରିଛନ୍ତି।

Share