Categories: ଜାତୀୟ

ଜେଏନ୍‌ୟୁ ଛାତ୍ର ନେତା ଶରଜିଲ୍‌ଙ୍କ ମୁଣ୍ଡକାଟ କଲେ ମିଳିବ ଏକ କୋଟି: ହିନ୍ଦୁ ନେତା କଲେ ଘୋଷଣା

ନୂଆଦିଲ୍ଲୀ,୨୬।୧: ହିନ୍ଦୁତ୍ୱବାଦୀ ନେତା ଅମିତ ଜାନିଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ସେ ଜେଏନ୍‌ୟୁ ଛାତ୍ର ନେତା ଶରଜିଲ୍‌ ଇମାମ୍‌ଙ୍କ ମୁଣ୍ଡକାଟ ପାଇଁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏକ ଭାଇରାଲ ଭିଡ଼ିଓରେ ଶରଜିଲ୍‌ ଭାରତଠାରୁ ଆସାମକୁ ଅଲଗା କରିବାକୁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭିଡ଼ିଓ ଭାଇରାଲ ହେବା ପରେ ଶରଜିଲ୍‌ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଅଲୀଗଡ଼ ଏସ୍‌ଏସ୍‌ପି ଆକାଶ କୁଲହରି ସୂଚନା ଦେଇଛନ୍ତି। ଅମିତ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଯୁବଜନ ସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ କେତେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିଲେ।

Share