Categories: ଜାତୀୟ

ଜେଏନ୍‌ୟୁ ବିକ୍ଷୋଭରେ ଦୀପିକା

ନୂଆଦିଲ୍ଲୀ,୮ା୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଙ୍ଗଳବାର ରାତିରେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ପହଞ୍ଚି ଆହତ ଛାତ୍ରୀଛାତ୍ରଙ୍କୁ ଭେଟିଥିଲେ। ରବିବାର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଉପରେ ଦୁର୍ବୃତ୍ତମାନେ ମୁହଁରେ କପଡ଼ା ବାନ୍ଧି ଆକ୍ରମଣ କରାଯିବାରୁ ୩୯ ଜଣ ଆହତ ହୋଇଥିଲେ। ଏହା ପରେ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା। ଆକ୍ରମଣକାରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ଦୀପିକା ଅଚାନକ ଜେଏନ୍‌ୟୁରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ସମବେଦନା ସହ ସମର୍ଥନ ଜଣାଇଥିଲେ। ଛାତ୍ରୀଛାତ୍ରଙ୍କ ସହ ପ୍ରାୟ ୧୫ ମିନିଟ ସେ ଏକାଠି ଛିଡ଼ାହୋଇ ଆଲୋଚନା କରିଥିଲେ। ପରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଏକ ସାଧାରଣ ସଭାରେ ଯୋଗଦେଇ ସେ ଚାଲିଯାଇଥିଲେ। ପ୍ରକାଶଥାଉ କି, ସୋମବାର ଦୀପିକା ଜେଏନ୍‌ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖି କହିଥିଲେ ଯେ, ଆମେ ନ ଡ଼ରି ଦେଶ ହିତ କଥା ଭାବି ରାଜରାସ୍ତାକୁ ଆସି ପ୍ରତିକ୍ରିୟା ପ୍ରକାଶ କରିପାରୁଛୁ।

Share