ଜେଏନ୍‌ୟୁ ହିଂସାର ତଦନ୍ତ ଭାର ନେଲା କ୍ରାଇମ୍‌ ବ୍ରାଞ୍ଚ୍‌: ୩ ଦଳରେ ବିଭକ୍ତ ହେଲା ଟିମ୍‌

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସାକାଣ୍ଡର ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚ୍‌ ହାତକୁ ଯାଇଛି। ମାମଲା ହସ୍ତାନ୍ତର ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ପାଇଁ ଯୋଜନା ପ୍ରସ୍ତୁତି କରିଛି। ଇତିମଧ୍ୟରେ ତଦନ୍ତ କରୁଥିବା ଦଳକୁ ୩ ଭାଗରେ ବିଭକ୍ତ କରାଯାଇଛି।

ପ୍ରତି ଦଳକୁ ଭିନ୍ନ ଭିନ୍ନ ତଦନ୍ତରେ ଲଗାଯାଇଛି। ପ୍ରଥମ ଦଳ ଜେଏନ୍‌ୟୁ ପରିସରରେ ତଦନ୍ତ କରୁଥିବାବେଳେ ଦ୍ୱିତୀୟ ଦଳ ସିସି ଟିଭି କ୍ୟାମେରା ଫୁଟେଜ୍‌ ଆଧାରରେ ଚିହ୍ନଟ ଅଭିଯୁକ୍ତଙ୍କ ଗିରଫ କରିବାରେ ନିୟୋଜିତ ରହିଥିବା କୁହାଯାଉଛି। ସେହିପରି ତୃତୀୟ ଦଳ ଭାଇରାଲ ଭିଡ଼ିଓ ଏବଂ ହ୍ବାଟସ୍‌ଆପ୍‌ ଦ୍ୱାରା ହିଂସା ସମୟରେ ଛାତ୍ରୀଛାତ୍ରଙ୍କୁ ଉସୁକେଇବା କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଚିହ୍ନଟ ଲାଗି କାର୍ଯ୍ୟ ଆରମ୍ଭ କରିଛି।

Share