Categories: ଜାତୀୟ

ଜେଏନ୍‌ୟୁ ହିଂସା: ଆଇସି ଘୋଷଙ୍କ ସମେତ ଚିହ୍ନଟ ହେଲେ ୯ଜଣ

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ରେ ଗତ ରବିବାର ରାତିରେ ହୋଇଥିବା ହିଂସା ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀ ପୋଲିସ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି। ଏଥିରେ ଜେଏନ୍‌ୟୁ ଛାତ୍ର ସଂଘର ଅଧ୍ୟକ୍ଷ ଆଇସି ଘୋଷଙ୍କ ସମେତ ୯ ଜଣଙ୍କ ନାଁ ରହିଛି। ଦିଲ୍ଲୀ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ଡିସିପି ଡ. ଜୟ ତିର୍କୀ ଏକ ଖବରଦାତା ସମ୍ମିଳନୀରେ ସନ୍ଦିଗ୍ଧଙ୍କ ନାମ ପ୍ରକାଶ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଚୁନଚୁନ କୁମାର, ପଙ୍କଜ ମିଶ୍ର, ଆଇସି ଘୋଷ, ଓ୍ବାସକର ଭିଜୟ, ସୁଚେତା ତାଲୁକରାଜ, ପ୍ରିୟ ରଞ୍ଜନ, ଡୋଲାନ ସାଓ୍ବନ୍ତ, ଯୋଗେନ୍ଦ୍ର ଭରଦ୍ୱାଜ ଓ ବିକାଶ ପଟେଲ।

Share