ଜେଏନ୍‌ୟୁ ହିଂସା ପରେ ପ୍ରଥମ ଥର ସାମ୍ନାକୁ ଆସିଲା କୁଳାଧିପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ହୋଇଥିବା ହିଂସା ପରେ ପ୍ରଥମ ଥର ସେଠାକାର କୁଳାଧିପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କୁଳାଧିପତି ଏମ୍‌. ଜଗଦେଶ କୁମାର କହିଛନ୍ତି, କ୍ୟାମ୍ପସ୍‌ରେ ଏହି ଘଟଣା ଘଟିବା ଅତ୍ୟନ୍ତ ର୍ଦୁଭାଗ୍ୟପୂର୍ଣ୍ଣ। ଏହି ଘଟଣାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ କରୁଛି। ଖବ୍‌ଶୀଘ୍ର ହିଂସାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଜେଏନ୍‌ୟୁ ସବୁବେଳେ ବିତର୍କ ଓ ଆଲୋଚନା ପାଇଁ ଜଣାଯାଏ। ତେବେ ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ଜଗଦେଶ କହିଛନ୍ତି। ଜେଏନ୍‌ୟୁରେ ପୁଣି ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି ଏବଂ ଏହା ଆମର ପ୍ରଥମ ପ୍ରାଥମିକତା। ଅପରପକ୍ଷେ ବନ୍ଦ ହୋଇପଡ଼ିଥିବା ସର୍ଭର ଚାଲୁ ହୋଇଯାଇଥିବା ବେଳେ ଶିକ୍ଷାର୍ଥିମାନେ ସବୁ ଘଟଣାକୁ ଭୁଲି ନୂଆ ଆରମ୍ଭ କରି ଓ୍ବିଣ୍ଟର ସେସନ୍‌ ପାଇଁ ରେଜିଷ୍ଟ୍ରେଶନ୍‌ କରାନ୍ତୁ ବୋଲି ଜଗଦେଶ କହିଛନ୍ତି।

Share