Categories: ଜାତୀୟ

ଜେଏସ୍‌ପିଏଲ୍‌କୁ ଗୋଲ୍‌ଡେନ ପିକକ୍‌ ସମ୍ମାନ

ନୂଆଦିଲ୍ଳୀ,୭।୩: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ) କୁ ସମ୍ମାନଜନକ ଗୋଲଡେନ ପିକକ ସିଏସ୍‌ଆର ସମ୍ମାନ – ୨୦୧୯ ପ୍ରଦାନ କରାଯାଇଛି। ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡରେ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ ପାଇଁ ଜେଏସ୍‌ପିଏଲକୁ ଏହି ପୁରସ୍କାର ଦିଆଯାଇଛି I ମୁମ୍ବାଇ ଠାରେ ଇନଷ୍ଟିଚ୍ୟୁଟ ଅଫ ଡାଇରେକ୍ଟର୍ସ (ଆଇଓଡ଼ି) ପକ୍ଷରୁ ଅନୁଷ୍ଠିତ ୧୪ତମ ଅନ୍ତର୍ଜାତୀୟ ସିଏସଆର ସମ୍ମିଳନୀରେ ଜେଏସ୍‌ପିଏଲ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ସି. ଜୋସେଫଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ I ଏହି ଅବସରରେ ଜିଏମ୍‌ଆର ଗ୍ରୁପର ପ୍ରତିଷ୍ଠାତା ଜି ଏମ ରାଓ, ଆଇଓଡ଼ିର ସଭାପତି ଲ୍ୟୁଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜେ.ଏସ. ଆହଲୁୱାଲିଆ ଏବଂ ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ I

Share