Categories: ବାଣିଜ୍ୟ

ଜେଏସ୍‌ପିଏଲ୍‌ର ସହାୟତା

ଭୁବନେଶ୍ୱର,୧୪।୪: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତି ମୁକାବିଲା ଲାଗି ସରକାର,ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ସହାୟତାର ହାତ ବଢାଇଛି। ଓଡ଼ିଶାର ୩ ଜିଲାରେ ଥିବା କମ୍ପାନୀ ଏହାର କାରଖାନା, ଖଣି ନିକଟବର୍ତ୍ତୀ ଅଞ୍ଚଳରେ କରୋନା ଭୂତାଣକୁ ରୋକିବା ଲାଗି ପଦକ୍ଷେପ ନେଇଛି। ସଚେତନତାଠାରୁ ଆରମ୍ଭ କରି ଅସହାୟ ଲୋକଙ୍କୁ ଖାଦ୍ୟବଣ୍ଟନ ସହ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ଏହା ସୂଚନା ଦେଇଛି। ଗରିବ ଏବଂ ଅସହାୟ ଲୋକମାନଙ୍କୁ ଶୁଖିଲା ଏବଂ ରନ୍ଧାଖାଦ୍ୟ ଯୋଗାଣ ସହ ଏହା ମାସ୍କ, ସାବୁନ, ହ୍ୟାଣ୍ଡଓ୍ବାଶ ଭଳି ସାମଗ୍ରୀ ବଣ୍ଟନ କରୁଛି। କମ୍ପାନୀ ପକ୍ଷରୁ ଅନୁଗୋଳ, ବଡବିଲ ଏବଂ ଟେନସାଠାରେ ଜିରୋ ହଙ୍ଗର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ୩ ସ୍ଥାନରେ ଦୈନିକ ୩୫୦୦ରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କ୍ଷୁଧା ନିବାରଣ ଏବଂ ଖାଦ୍ୟ ସୁରକ୍ଷା ଲାଗି ଏଭଳି ପଦକ୍ଷେପ ହାତକୁ ନିଆଯାଇଛି ବୋଲି ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଅଧ୍ୟକ୍ଷା ସାଲୁ ଜିନ୍ଦଲ କହିଛନ୍ତି।

Share