Categories: ବାଣିଜ୍ୟ

ଜେଏସ୍‌ପିଏଲ୍‌ ପ୍ରଦାନ କଲା ୨୫ କୋଟି

ଭୁବନେଶ୍ୱର,୧।୪: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ପ୍ରଧାନମନ୍ତ୍ରୀଙ୍କ ପିଏମ୍‌ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ ସମ୍ପର୍କରେ ଘୋଷଣା କରିଛି। କୋଭିଡ୍‌-୧୯ ବିରୋଧରେ ଦେଶର ଲଢେଇରେ ଯଥା ସମ୍ଭବ ସାହାଯ୍ୟ କରିବୁ ବୋଲି ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ଏକ ଟୁଇଟରେ କହିଛନ୍ତି। ଏହାବାଦ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ଅନୁଷ୍ଠାନ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଏହାର ବିଭିନ୍ନ କାରଖାନା ନିକଟରେ ଥିବା ଆର୍ଥିକ ଦୁର୍ବଳ ଲୋକମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ଯୋଗାଇ ଦିଆଯାଉଛି। ଜେଏସ୍‌ପିଏଲ୍‌ ତା’ର ବିଭିନ୍ନ ଡାକ୍ତରଖାନାରେ ଅଧିକ ଭେଣ୍ଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଣ, ଡାକ୍ତରଖାନାଗୁଡିକର ଉନ୍ନତୀକରଣ, କ୍ୱାରାଣ୍ଟାଇନ ବ୍ୟବସ୍ଥା, ମାସ୍କ ତିଆରି ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଆବଶ୍ୟକୀୟ ପ୍ରଶିକ୍ଷଣ ଓ ମେଶିନ ଯୋଗାଣ ହୋଇଛି। ଏବେ ସୁଦ୍ଧା ଏକ ଲକ୍ଷରୁ ଅଧିକ ମାସ୍କ ତିଆରି କରାଯାଇ ବଣ୍ଟାଯାଇଛି ।

Share