Categories: ଜାତୀୟ

ଜେଜେପି ଛାଡିଲେ ତେଜ୍‌ବାହାଦୂର ଯାଦବ: ଭାଜପା ସହିତ ମେଣ୍ଟ ହରିୟାଣାବାସୀଙ୍କ ସହିତ ବିଶ୍ୱାସଘାତକତା

ଚଣ୍ଡିଗଡ଼,୨୬।୧୦: ହରିୟାଣାରେ ଭାଜପା ଜେଜେପି ସହିତ ମେଣ୍ଟ ସରକାର ଗଠନକୁ କଡ଼ା ସମାଲୋଚନା କରିଛନ୍ତି ତେଜ୍‌ବାହାଦୂର ଯାଦବ । ଏହାକୁ ବିରୋଧ କରି ସେ ଜେଜେପି ଛାଡିଥିବା ଘୋଷଣା କରିଛନ୍ତି। କରନାଲ୍‌ରୁ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ସହିତ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ତେଜ୍‌ବହାଦୂର ଏଭଳି ମେଣ୍ଟ ଦ୍ୱାରା ହରିୟାଣା ବାସୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ସେ ଜେଜେପିକୁ ଭାଜପାର ଝିଅ ବୋଲି କହିଛନ୍ତି। ତେଜ୍‌ବାହାଦୂରଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେଜ୍‌ବାହାଦୂର ବିଏସ୍‌ଏଫ୍‌ରେ ଥିବା ସମୟରେ ଖରାପ ଖାଦ୍ୟ ଦିଆଯାଉଥିବା ନେଇ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଜାରି କରିଥିଲେ। ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା।

Share