ଜେଜେମା’ ଜେଜେବାପା ଅଲୋଡ଼ା: କଥାଘର ଦେଉଛି ଗଳ୍ପ ଶୁଣାଇବାର ସୁଯୋଗ

ନୟାଗଡ ଅଫିସ,୧।୩- ଶିଶୁମାନେ ନିଜ ପରିବାରରୁ ଜେଜେମା, ଜେଜେବାପା, ଆଈ ଓ ଅଜାଙ୍କଠାରୁ ବିଭିନ୍ନ ପ୍ରକାର କଳ୍ପନାମତ୍କ କାହାଣୀ ଓ ଗଳ୍ପ ଶୁଣି ମଜା ଉଠାଉଥିଲେ । ହେଲେ ପରିବାରରେ ଜେଜେମା’ ଓ ଜେଜେବାପା ଅଲୋଡା ହୋଇ ପଡିଛନ୍ତି । ଏବେ ଆଉ ଯୌଥ ପରିବାର ଦେଖିବାକୁ ମିଳୁନି । ଏକାନ୍ନବର୍ତ୍ତୀ ପରିବାରରେ ଜେଜେମା, ଜେଜେବାପାଙ୍କର ଆଉ ସ୍ଥାନ ନାହିଁ । ପରିବାରର ସଂଜ୍ଞା ବଦଳି ଯାଇଛି । ପରିବାର କହିଲେ ମା’ ବାପା ପୁଅ ଝିଅକୁ ବୁଝାଉଛି । ପିଲାମାନେ ଧୀରେ ଧୀରେ ଗଳ୍ପ ଶୁଣିବାର ମଜା ହରାଇ ଚାଲିଛନ୍ତି । ଏପରିସ୍ଥଳେ ଗଳ୍ପ ଶୁଣିବାର ପ୍ରୟାସ କଥାଘର ମାଧ୍ୟମରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସୁଯୋଗ ଆଣି ଦେଇଛି । ଏଭଳି ଏକ କାର୍ଯ୍ୟକ୍ରମ ସାହିତ୍ୟ ଏକାଡ଼େମୀ ପକ୍ଷରୁ ଶରଣକୁଳ ନିକଟବର୍ତ୍ତୀ ଶିଖରପୁର ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ନୟାଗଡ଼ ଜିଲା ସଦସ୍ୟ ନିର୍ମଳ ଚନ୍ଦ୍ର ଶୂରଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ା ଅନ୍ୟତମ ଅତିଥି ଭାବେ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, କବି ଅଶୋକ ମଲ୍ଲ, ଶିକ୍ଷକ ନେତା ଶେଖ୍‌ ଅବଦୁଲ ଖାଲିକ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଶିକ୍ଷଣୀୟ କାହାଣୀ ଓ ଗଳ୍ପ ମାଧ୍ୟମରେ ଅନେକ ହିତୋପଦେଶ ଦେଇଥିଲେ । ଶିକ୍ଷକ ବିଭୂତି ଭୂଷଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା

Share