ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ନେଇ ଅଭିନେତ୍ରୀ ରାଖୀ ସାଓ୍ବନ୍ତ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଜେଟଲୀ ୧୦ ଦିନ ପୂର୍ବରୁ ଦେହତ୍ୟାଗ କରିଥିବା ସେ କହିଛନ୍ତି। ରାଖୀଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜେଟଲୀଙ୍କୁ ଅଗଷ୍ଟ ୯ରେ ଏମ୍ସ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମୃତ୍ୟୁ ଅଗଷ୍ଟ ୨୪ ମଧ୍ୟାହ୍ନ ୧୨ଟା ୭ରେ ହୋଇଥିଲା। ଏନେଇ ଏମ୍ସ୍ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ରାଖୀ ବିଶ୍ୱାସ କରୁ ନ ଥିବା କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ରାଖୀ ବେଶ୍ ଚର୍ଚ୍ଚାରେ ରହିଥିଲେ। ଚର୍ଚ୍ଚା ପରିସରକୁ ଆସିବା ଲାଗି ରାଖୀ ଏହି ମନ୍ତବ୍ୟ ଦେଇଥିବା କୁହାଯାଉଛି।