ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ନିଗମବୋଧ ଘାଟ ଶ୍ମଶାନରେ ଗତ ରବିବାର ସମ୍ପନ୍ନ ହୋଇଥିଲା। ଏଥିରେ ଯୋଗ ଦେଇଥିବା ୧୧ ଜଣଙ୍କର ମୋବାଇଲ୍ ଚୋରି ହୋଇଥିବା ନେଇ ସୋମବାର ଟୁଇଟ୍ କରାଯାଇଛି। ଭାଜପା ଏମ୍ପି ବାବୁଲ ସୁପ୍ରିଓ ଟୁଇଟ୍ କରି ତାଙ୍କର ଫୋନ୍ ଗହଳିରେ ଚୋରି ହୋଇଥିବା କହିଛନ୍ତି। ସେହିପରି ପାତଞ୍ଜଳୀ ପ୍ରବକ୍ତା ଏସ୍.କେ. ତିଜରଓ୍ବାଲଙ୍କ ଫୋନ୍ ମଧ୍ୟ ଚୋରି ହୋଇଛି। ମୋବାଇଲ୍ ଚୋରି ନେଇ ଥାନାରେ ୫ଟି ଅଭିଯୋଗ କରାଯାଇଥିବା ପୋଲିସ ସୂଚନା ଦେଇଛି। ସେମାନଙ୍କ ମଧ୍ୟରେ ବାବୁଲ ସୁପ୍ରିଓ ମଧ୍ୟ ରହିଛନ୍ତି।