Categories: ଜାତୀୟ

ଜେଟଲୀଙ୍କ ଓ୍ବାର୍ଡ ଭିତରକୁ ଯିବାକୁ କାହାକୁ ଅନୁମତି ଦେଉ ନାହାଁନ୍ତି ଡାକ୍ତର

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଥିବା ବେଳେ ଏବେ ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ସେ ଚିକିତ୍ସିତ ହେଉଥିବା ଓ୍ବାର୍ଡ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ତାଙ୍କ ସହ କାହାକୁ ମିଶିବାକୁ ଦିଆଯାଉ ନାହିଁ। ଯେଉଁମାନେ ସେଠାକୁ ଯାଉଛନ୍ତି ସେମାନେ କେବଳ ଓ୍ବାର୍ଡ ବାହାରେ ଜେଟଲୀଙ୍କ ପରିବାର ସଦସ୍ୟଙ୍କ ସହ ମିଶି ଫେରି ଆସୁଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏହାପରେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅନ୍ୟ ଭାଜପା ନେତାମାନେ ଏମ୍ସ ପହଞ୍ଚିଥିଲେ।

Share