ଜେଟଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭା, ସ୍ମୃତିଚାରଣ କଲେ ନେତା

ଭୁବନେଶ୍ୱର,୫।୯(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଗୁରୁବାର ଭୁବନେଶ୍ୱରରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହେଉଛି। ଏଥିରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ସମସ୍ତ ଦଳର ନେତାମାନେ ଉପସ୍ଥିତ ଅଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସଭାକୁ ଆସି ନ ଥିବା ଯୋଗୁ ତାଙ୍କ ଶୋକବାର୍ତ୍ତାକୁ ବିଧାୟକ ଦେବୀ ମିଶ୍ର ପଢ଼ି ଶୁଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଜେଡି, ଭାଜପା ଏବଂ କଂଗ୍ରେସର ବହୁ ନେତା ଯୋଗଦେଇ ଜେଟଲୀଙ୍କ ସ୍ମୃତିଚାରଣ କରିଛନ୍ତି।

Share