ନୂଆଦିଲ୍ଲୀ,୨୫।୮: ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ୬୬ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। ହେଲେ ତାଙ୍କୁ ମନେ ପକାଇ ଆଖି ଛଳଛଳ ହୋଇଯାଇଛି ଅନ୍ୟ ଜଣେ ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କର। ସେ କହିଛନ୍ତି ପ୍ରତିବର୍ଷ ଦୀପାବଳୀରେ ଜେଟଲୀ ତାଙ୍କ ଘରକୁ ଆସନ୍ତି। ତେଣୁ ଚଳିତ ବର୍ଷ ଦୀପାବଳୀରେ ଆଡଭାନୀଙ୍କ ଘର ଖାଲି ଖାଲି ଲାଗିବ ବୋଲି ସେ କୋହ ଭରା କଣ୍ଠରେ କହିଛନ୍ତି। ତେବେ ଜେଟଲୀଙ୍କ ନିଧନ କେବଳ ଭାଜପାରେ ନୁହେଁ ବରଂ ସମଗ୍ର ରାଷ୍ଟ୍ର ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଆଡଭାନୀ କହିଛନ୍ତି।