ନୂଆଦିଲ୍ଲୀ,୧୬।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଜେଟଲୀଙ୍କ ସାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଏବେ ସେ ଆଇସିୟୁରେ ଅଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ତାଙ୍କୁ ଦେଖିବା ପାଇଁ ଏମ୍ସ ଯିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଜେଟଲୀଙ୍କ ଫୁସ୍ଫୁସ୍ରେ ପାଣି ଜମା ହୋଇଥିବାରୁ ସେ ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ପରେ ଅଗଷ୍ଟ ୯ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।