Categories: ଜାତୀୟ

ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ଏମ୍ସରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୧୮।୮: ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିଛି। ତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଏମ୍ସରେ ବହୁ ରାଜନେତାଙ୍କ ଭିଡ ଜମିଛି। ରବିବାର ସନ୍ଧ୍ୟା ୮ଟାରେୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂଟାନ ଗସ୍ତରୁ ଫେରି ଜେଟଲୀଙ୍କ ଭେଟିବାକୁ ଯାଇଛନ୍ତି। ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅମିତ ଶାହ ଏମ୍ସ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ, ଆପ ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏମ୍ସ ଆସିଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୯ରେ ଜେଟଲୀଙ୍କୁ ନିଃଶ୍ୱାସପ୍ରଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଯୋଗୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହା ପରଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି।

Share