ଭଦ୍ରକ ଅଫିସ,୧୭।୫ – ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ଟ୍ରଲର ଓ ଡଙ୍ଗାଗୁଡିକ କୂଳ ତଥା ବିଭିନ୍ନ ଜେଟିରେ ସୁରକ୍ଷିତ ଭାବେ ରଖିଛନ୍ତି। ମାଛ ଧରାଳିମାନେ ସମୁଦ୍ର କୁଳିଆ ଧାମରା, ଚୂଡ଼ାମଣି, କସିଆ ଭଳି ସ୍ଥାନମାନଙ୍କରେ ଶହଶହ ଡ଼ଙ୍ଗା, ଟ୍ରଲର, ଲଙ୍ଗର ପକାଇ ରଖାଯାଇଛି। ସମୁଦ୍ରଭିତରକୁ ନ ଯିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଅପରପକ୍ଷରେ କରୋନା ମହାମାରୀ ଏବେ ବାତ୍ୟା ଖବର ଶୁଣି ସମୁଦ୍ର କୁଳିଆ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି।