Categories: ବାଣିଜ୍ୟ

ଜେଟ୍‌ ବିରୋଧରେ ହେବ ଏସ୍‌ଏଫ୍‌ଆଇଓ ତଦନ୍ତ

ନୂଆଦିଲ୍ଲୀ,୧୨-୧୧: ନରେଶ ଗୋଏଲଙ୍କ ଦ୍ୱାରା ପ୍ରତିଷ୍ଠିତ ଜେଟ୍‌ ଏୟାରଓ୍ବେଜ ବିମାନ କମ୍ପାନୀ ଲାଗି ଅଡୁଆ ବଢିଛି। ବିଭିନ୍ନ କାରଣ ଲାଗି ଏହି ବିମାନ କମ୍ପାନୀ ବର୍ତ୍ତମାନ ବନ୍ଦ ହୋଇ ପଡିଛି। ବିମାନ କମ୍ପାନୀର ଜେନେରାଲ ସେଲ୍‌ସ ଏଜେଣ୍ଟ (ଜିଏସ୍‌ଏ) ମଡେଲ ଦ୍ୱାରା ଗୋଏଲ ଅର୍ଥ ହେରଫେର କରିଥିବା ଅଭିଯୋଗ ଆସିଛି। ଏହି ଆଧାରରେ କମ୍ପାନୀ ବିରୋଧରେ ସିରିୟସ ଫ୍ରଡ ଇନଭେଷ୍ଟିଗେଶନ ଅଫିସ୍‌ (ଏସ୍‌ଏଫ୍‌ଆଇଓ) ତଦନ୍ତ କରିବ ବୋଲି ଜଣାପଡିଛି। ବିଭିନ୍ନ କମ୍ପାନୀଙ୍କ ସହାୟତାରେ ଅର୍ଥ ହେରଫେର ହୋଇଥିବା ତଦନ୍ତକାରୀ ଏଜେନ୍ସି ସୂତ୍ରରୁ ସୂଚନା ରହିଛି।

Share