Categories: ଜାତୀୟ

ଜେଡିୟୁର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ପ୍ରଶାନ୍ତ-ପବନ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ତା’ର ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରିଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବଡ଼ ବଡ଼ ନେତାଙ୍କ ନାମ ସାମିଲ କରାଯାଇଛି। ହେଲେ ଏହି ତାଲିକାରେ ପ୍ରଶାନ୍ତ କିଶୋର ଓ ପବନ ବର୍ମାଙ୍କ ନାମ ନ ଥିବା ଜଣାପଡିଛି। ଏହି ତାଲିକାରେ ପ୍ରାୟ ୨୦ ଜଣଙ୍କ ନାମ ଉଲ୍ଲେଖ କରାଯାଇଥିବା ବେଳେ ନୀତୀଶଙ୍କ ନିକଟତର ତଥା ଜେଡିୟୁର ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ନାଁ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Share