Categories: ଜାତୀୟ

ଜେଡିୟୁ ନେତାଙ୍କୁ କୁକୁର ସହ ତୁଳନା କଲେ ଆରଜେଡି ନେତା

ପାଟ୍‌ନା, ୧୬।୨: ବିହାର ବିଧାନସଭା ନିର୍ବାଚନକୁ ଆହୁରି ୬ରୁ ୮ ମାସ ବାକି ଅଛି। ଏହା ପୂବର୍ର୍ରୁ ରାଜ୍ୟର ଦୁଇ ମୁଖ୍ୟ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ନେତାମାନେ ପରସ୍ପର ବିରୋଧୀ ମନ୍ତବ୍ୟମାନ ଦେବା ଆରମ୍ଭ କଲେଣି। ଫେବୃୟାରୀ ୨୩ରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ବେରୋଜଗାରୀ ହଟାଓ ରଥଯାତ୍ରା ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଏକ ସୌଖୀନ ବସ୍‌କୁ ରଥର ରୂପ ଦିଆଯାଇଛି। ଏହି ବସ୍‌ର ମାଲିକାନାକୁ ନେଇ ପ୍ରଶ୍ନ ଉଠାଇଛି ଜେଡିୟୁ। ବସର ମାଲିକଙ୍କ ନାମ ବିପିଏଲ ସୂଚୀରେ ସାମିଲ ଅଛି ବୋଲି ଜେଡିୟୁ ନେତା ତଥା ମନ୍ତ୍ରୀ ନୀରଜ କୁମାର କହିଛନ୍ତି। ଏହାର ଜବାବରେ ଆରଜେଡି ନେତାମାନେ କହିଛନ୍ତି, ନୀତୀଶ କୁମାରଙ୍କ ସରକାରରେ ୫ଟି ପାଳିତ କୁକୁର ଅଛନ୍ତି, ଯେଉଁମାନେ ବିନାର ପ୍ରସଙ୍ଗରେ ଭୁକୁଛନ୍ତି।

Share