ଜେନେଲିଆଙ୍କୁ ଟାଇ ପିନ୍ଧିବାରେ ସାହାଯ୍ୟ କଲେ ରିତେଶ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟି ଟିକେ କିଛି ଅଲଗା କାମ କଲେ ଆସନ୍ତି ଚର୍ଚ୍ଚାକୁ। ଏବେ ତ ସୋସିଆଲ ମିଡିଆରେ ଏମାନେ ତତ୍‌କ୍ଷଣାତ୍‌ ଚର୍ଚ୍ଚାର ପରସରକୁ ଚାଲିଆସୁଛନ୍ତି। ନିକଟରେ ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା ଖ୍ରୀଷ୍ଟମାସକୁ ନେଇ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଥିବା ବେଳେ ଏହା ଯେତିକି ଚର୍ଚ୍ଚାକୁ ଆସିନାହିଁ ଏମାନଙ୍କର ଏକ ଭିଡିଓ ସେତିକି ଚର୍ଚ୍ଚା ସାଉଁଟିଲାଣି। ଉକ୍ତ ଭିଡିଓରେ ରିତେଶ ଜେନେଲିଆଙ୍କୁ ଏକ ରେଡ୍‌ କଲର୍‌ ଟାଇ ପିନ୍ଧାଇ ଦେଉଥିବା ଦେଖାଯାଇଛି। ଯାହା ଜେନେଲିଆଙ୍କ ଲୁକ୍‌କୁ କମ୍ଲିଟ୍‌ କରିବ। ଏହି ଭିଡିଓରୁ ଜଣାପଡୁଛି ଦୁହିଁଙ୍କ ଭିତରେ ଥିବା ଭଲପାଇବା କେତେ ଗଭୀର। ଏହି ଭିଡିଓରେ ରିତେଶ ଟାଇ ବାନ୍ଧିବାରେ ବ୍ୟସ୍ତଥିବା ବେଳେ ଜେନେଲିଆ କିନ୍ତୁ ମଜାଳିଆ ପୋଜ୍‌ ଦେଇ ଏନଜୟ କରୁଥିବା ଦେଖାଯାଇଛି। ଏହି ଯୋଡି ପ୍ରଥମେ ବଲିଉଡ୍‌ ମୁଭି ‘ତୁଝେ ମେରି କସମ’ରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଦୀର୍ଘ ୧୦ ବର୍ଷରେ ଡେଟିଂ କରି ଶେଷରେ ୨୦୧୨ରେ ବିବାହ କରିଥିଲେ।

Share