ଜେଲରୁ ମୁକୁଳିଲେ ୨୯୬୩ କଏଦୀ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ଜେଲ୍‌ ବିଭାଗକୁ ଘାରିଛି କରୋନା ଭୟ। ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାମାଜିକ ଦୂରତ୍ୱ ରକ୍ଷା ଓ ସଂକ୍ରମଣ ଏଡ଼ାଇବା ପାଇଁ ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ୨୯୬୩ ଜଣ କଏଦୀଙ୍କୁ ଛାଡ଼ି ଦିଆଯାଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୯ ମଧ୍ୟରେ ରାଜ୍ୟର ୯୦ କାରାଗାରରୁ ଏହି କଏଦୀ ଓ ବିଚାରାଧୀନ ଅଭିଯୁକ୍ତୟଙ୍କୁ ଖଲାସ କରାଯାଇଥିବା ରାଜ୍ୟ କାରାଗାର ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ ପାରୋଲରେ ଓ ୨୬୬୧ ଜଣ ଜାମିନରେ ପଠାଇ ଦିଆଯାଇଥିବାବେଳେ ୨୯୩ ଜଣଙ୍କ ଜେଲ ଅବଧି ଶେଷ ହେବାରୁ ସେମାନେ ମୁକୁଳିଥିବା ଉପାଧ୍ୟାୟ କହିଛନ୍ତି।

Share