ଜେଲରେ ଅନଶନ, ୧୦ ଅସୁସ୍ଥ

ତାଳଚେର, ୮ା୧୨(ନି.ପ୍ର.)- ଖଣି ବନ୍ଦ ଆନ୍ଦୋଳନ ଯୋଗୁ ଗତ ୫ରେ କଲିୟାରୀ ପୋଲିସ ଡଅଁରା ଗ୍ରାମର ୧୯ ଜଣଙ୍କୁ ଗିରଫ କରିଥିଲା। ପୋଲିସର ଏହି ଗିରଫଦାରୀକୁ ବିରୋଧ କରି ସେମାନେ ଜେଲରେ ଅନଶନ ଚଳାଇଛନ୍ତି। ସେମାନଙ୍କ ମଧ୍ୟରୁ ଶୁକଦେବ ସାହୁ, ବିଜୟ ବେହେରା, ସନ୍ତୋଷ ଦେହୁରୀ, ବିମଳ ସାହୁ, ନାରାୟଣ ଦେହୁରୀଙ୍କ ସମେତ ୧୦ ଜଣ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସେମାନଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅବଶିଷ୍ଟ ୯ ଅନଶନକାରୀ ଖାଦ୍ୟ ଗ୍ରହଣ କରିଥିବା ଜେଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।