Categories: ଜାତୀୟ

ଜେଲରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର

ନୂଆଦିଲ୍ଲୀ,୪।୧୦: ଶୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ଉଭୟ ଏବେ ଜେଲରେ ବନ୍ଦୀ ଜୀବନ ବିତାଉଥିବାବେଳେ ମୁମ୍ବାଇର ଏକ କୋର୍ଟ ତାଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି। ୨୦୦୨ରେ ଉଭୟଙ୍କ ଦ୍ୱିତୀୟ ବିବାହ ହୋଇଥିଲା। ପିଟର ମୁଖାର୍ଜୀଙ୍କ ପୂର୍ବରୁ ଇନ୍ଦ୍ରାଣୀ ମୁଖାର୍ଜୀ କୋଲକାତାର ସଞ୍ଜୀବ ଖାନ୍ନାଙ୍କୁ ବିବାହ କରିଥିଲେ। ଏପ୍ରିଲ ୨୦୧୨ରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଝିଅ ଶୀନା ବୋରାଙ୍କର ହତ୍ୟା ହୋଇଥିଲା। ମା’ ଇନ୍ଦ୍ରାଣୀ ମୁଖାର୍ଜୀ ହିଁ ହତ୍ୟା କରିଥିବା କୋର୍ଟ କହିଥିଲେ।

Share