Categories: ଜାତୀୟ

ଜେଲରେ ଦୁଇ କଏଦୀଙ୍କ ଆତ୍ମହତ୍ୟା

ସୁଲତାନପୁର୨୧ା୬: ଉତ୍ତରପ୍ରଦେଶର ସୁଲ୍‌ତାନପୁର ଜିଲା ଜେଲ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଲ୍‌ ପରିସରରେ ଥିବା ଏକ ଗଛରେ ବୁଧବାର ଦୁଇଜଣ କଏଦୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କାରିଆ ପାସି ଓ ମନୋଜ।

ଉଭୟ ଆମେଠି ଜିଲାର। ହତ୍ୟା ଅଭିଯୋଗରେ ସେମାନେ ଜେଲରେ ଥିଲେ। ଖବର ପାଇ ଜିଲାପାଳ ଏବଂ ଏସ୍‌ପି ଜେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରି କି ପୋଲିସ ଜେଲ ଅନ୍ତେବାସୀମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷେ ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share