Categories: ଜାତୀୟ

ଜେଲରେ ପି. ଚିଦାମ୍ବରମ୍‌ଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୧: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କ ଭଦ୍ରା। ଉଭୟ ଚିଦାମ୍ବରମଙ୍କୁ ଭେଟି ତାଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିଥିଲେ। ପୂର୍ବରୁ ମନମୋହନ ସିଂ ଏବଂ କଂଗେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଚିଦାମ୍ବରମଙ୍କୁ ଜେଲରେ ଭେଟିଥିଲେ। ଏହାର ଏକ ମାସ ପରେ ରାହୁଲ, ପ୍ରିୟଙ୍କା ତାଙ୍କୁ ଭେଟିଛନ୍ତି। ଜେଲରେ ତାଙ୍କ ସ୍ବାସ୍ଥ୍ୟର ଧ୍ୟାନ ନିଆଯାଉନାହିଁ। ୩ ମାସରେ ତାଙ୍କ ଓଜନ ୩ କିଲୋ କମିଛି ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛି।

Share