Categories: ଜାତୀୟ

ଜେଲରେ ପ୍ରତିଷେଧକ ବ୍ୟବସ୍ଥା ନେଇ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୭।୩(ପି.ଟି.): କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ସାରା ଦେଶରେ ଥିବା ଜେଲ୍‌ଗୁଡ଼ିକରେ ଅତ୍ୟଧିକ ବନ୍ଦୀଙ୍କୁ ନେଇ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ନିଜଆଡୁ ଏହାକୁ ମାମଲା ଭାବେ ଗ୍ରହଣ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ଏବଂ ଜଷ୍ଟିସ ଏଲ୍‌.ଏନ୍‌. ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ସବୁ ରାଜ୍ୟର ଜେଲ୍‌ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ ଜାରି କରି କୋଭିଡ-୧୯ର ପ୍ରତିକାର ପାଇଁ କ’ଣ ପଦକ୍ଷେପ ନିଆଯାଇଛି ୨୦ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସହାୟତା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଜଣେ ଲେଖାଏଁ ଅଫିସର ମାର୍ଚ୍ଚ ୨୩ରେ ଡେପୁଟେଶନରେ ପଠାଇବାକୁ ଅଦାଲତ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ପ୍ରତିକାର ପାଇଁ ଅଧିକ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର କହିଛନ୍ତି।

Share