ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

କେନ୍ଦୁଝର, ୧୯।୧୧(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜେଲରେ ସୋମବାର ଅପରାହ୍ନରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ରହୁଥିବା ଘରର କବାଟ ବନ୍ଦ କରି ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ପହଞ୍ଚି ନ ଥିବାରୁ ମୃତଦେହ ଉଦ୍ଧାର କରାଯାଇପାରିନାହିଁ ା ମୃତ କଏଦୀଙ୍କ ନାମ ପ୍ରଦୀପ ବେହେରା। ତାଙ୍କ ଘର ତେଲକୋଇ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ। ସେ ଗତ ଜୁଲାଇରେ ପୋକ୍ସ ଆକ୍ଟରେ ଗିରଫ ହୋଇ ଜେଲ ହାଜତକୁ ଆସିଥିଲେ। ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ଜେଲ ଅଧୀକ୍ଷକ ଗରୀବ ସାହୁ କହିଛନ୍ତି। ଗିରଫ ପରେ ସେ ମାନସିକ ଚାପରେ ଥିଲେ ବୋଲି ଜଣାପଡିଛି ା ତେବେ ଜେଲରେ ଅନ୍ୟ କଏଦୀ ତଥା କର୍ମଚାରୀଙ୍କ ଚଳ ପ୍ରଚଳ ସତ୍ତ୍ୱେ ପ୍ରଦୀପ କିପରି ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା

Share