ଲଣ୍ଡନ, ୧୨।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଝଟକା ଲାଗିଛି। ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସ୍ ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛି। ଏହାପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ଲଗାତର ତିନିଥର ଜାମିନ ଖାରଜ କରିଦେଇଥିଲେ। ସୂଚନାଯୋଗ୍ୟ, ଭାରତରୁ ୧୪ହଜାର କୋଟି ଟଙ୍କା ନେଇ ଲଣ୍ଡନ ପଳାଇଥିବା ନୀରବଙ୍କୁ ମାର୍ଚ୍ଚ ୧୯ରେ ସ୍କଟଲାଣ୍ଡରୁ ଗିରଫ କରାଯାଇଥିଲା। ତାଙ୍କ ଭାରତ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଚାଲିଛି।