ଜେଲ୍‌ରୁ ମୁକୁଳିବା ପାଇଁ ୨ ମିତ୍ର ରାଷ୍ଟ୍ରର ସହଯୋଗ ଲୋଡୁଛନ୍ତି ଶରିଫ: ଇମ୍ରାନ

ଇସ୍‌ଲାମାବାଦ୍‌,୨।୭: ଜେଲ୍‌ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମୁକୁଳିବା ପାଇଁ ୨ମିତ୍ର ରାଷ୍ଟ୍ରର ସହଯୋଗ ଲୋଡିଥିବା ନେଇ କହିଛନ୍ତି ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଗଣମାଧ୍ୟମ ସହ କଥା ହେବା ସମୟରେ ଇମ୍ରାନ ୨ ଦେଶର ନଁା ପ୍ରକାଶ କରି ନ ଥିବା ବେଳେ ସେ କହିଛନ୍ତି, ସେମାନେ ଶରିଫଙ୍କ ମୁକୁଳିବା ନେଇ ଏକ ବାର୍ତ୍ତା ଦେଇଥିଲେ କିନ୍ତୁ ତାଙ୍କ ଉପରେ କୌଣସି ଚାପ ପକାଇ ନ ଥିଲେ। ଏଥିସହ ଏହି ମାମଲାରେ ୨ ଦେଶ କୌଣସି ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୋଲି ଇମ୍ରାନ କହିଛନ୍ତି। ସୂଚନାଯୋଗ୍ୟ, ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଓ୍ବାଜ ଶରିଫ ୨୦୧୮ ଡିସେମ୍ବର ୨୪ରୁ ଲାହୋରର କୋଟ ଲଖପତ ଜେଲ୍‌ରେ ବନ୍ଦୀ ଅଛନ୍ତି।

Share