Categories: ଜାତୀୟ

ଜେଲ୍‌ରୁ ମୁକୁଳିଲେ ହନିପ୍ରୀତ୍‌

ପଞ୍ଚକୁଲା, ୭ା୧୧(ଆଇଏଏନ୍‌ଏସ୍‌): ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ହର୍‌ମିତ୍‌ ରାମରହିମ୍‌ ସିଂଙ୍କ ପାଳିତା କନ୍ୟା ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କୁ ବୁଧବାର ଅମ୍ବାଲା କେନ୍ଦ୍ରୀୟ ଜେଲ୍‌ରୁ ମୁକ୍ତି ମିଳିଛି। କୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୨୦୧୭ରେ ହରିୟାଣାର ପଞ୍ଚକୂଲାରେ ହୋଇଥିବା ହିଂସାକାଣ୍ଡ ମାମଲାରେ ଆତ୍ମଘୋଷିତ ଭଗବାନ ତଥା ଡେରାମୁଖ୍ୟଙ୍କ ସହ ହନିପ୍ରୀତ୍‌ଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ରାମରହିମ୍‌ଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ ସହ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ତାଙ୍କ ବିରୋଧରେ ଶିଷ୍ୟାଙ୍କୁ ବଳାତ୍କାର ଅଭିଯୋଗ ହେବା ପରେ ହିଂସା ଏକାଧିକ ରାଜ୍ୟକୁ ବ୍ୟାପିଥିଲା। ଏଥିରେ ୩୮ ଜଣ ପ୍ରାଣ ହରାଇଥିବାବେଳେ ୨୬୪ ଆହତ ହୋଇଥିଲେ।

Share