ଜେଲ୍‌ରେ ଅସୁସ୍ଥ: ଆଶୀର୍ବାଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଅର୍ଥତତ୍ତ୍ୱ ଲିଙ୍କ୍‌ ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି। ତେଣୁ ଜେଲ୍‌ ପରିସରସ୍ଥ ଡାକ୍ତରଖାନାରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ଡାକ୍ତରମାନେ ନିୟମିତ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଆଗାମି ଦିନରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇପାରେ ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଶେଷ ପର୍ଯ୍ୟାୟରେ ତାହାକୁ ବାତିଲ କରାଯାଇଥିଲା। ସକାଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଶୀର୍ବାଦ ଚା’ ପିଇବା ସହ ଉପମା ଖାଇଥିଲେ। ଗୁରୁବାର ରାତିରେ ତାଙ୍କୁ ରୁଟି, ଶନ୍ତୁଳା ଦିଆଯାଇଥିଲା। ସେହିଭଳି କମଳାକାନ୍ତ ଦାସଙ୍କୁ ଝାରପଡ଼ା ଜେଲର ଓ୍ବାର୍ଡ ନଂ-୧୮ରେ ରଖାଯାଇଛି। ସେ ଗୁରୁବାର କିଛି ଖାଇ ନ ଥିବା ବେଳେ ଶୁକ୍ରବାର ସକାଳେ ଉପମା, ମଧ୍ୟାହ୍ନରେ ସାଦା ଭାତ ମିଲ୍‌ ଏବଂ ରାତିରେ ରୁଟି ସନ୍ତୁଳା ଖାଇଥିବା ଜଣାପଡ଼ିଛି। କୋର୍ଟଙ୍କ ଏନ୍‌ବିଡବ୍ଲ୍ୟୁ ବଳରେ ସିବିଆଇ ଉଭୟଙ୍କୁ ଗୁରୁବାର ସକାଳେ ଗିରଫ କରିଥିଲା।

Share