ରୋହତକ,୨୫।୮:ଡେରା ସଚ୍ଚା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହ ତାଙ୍କ ଆଶ୍ରମର ଦୁଇ ଜଣ ସାଧ୍ବୀଙ୍କ ପ୍ରତି ବଳାତ୍କାର
କରିଥିବା ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଜେଲ୍ରେ ଥାଇ ବି ରାମ ରହିମଙ୍କୁ ନେଇ ଚର୍ଚ୍ଚା ଥମୁନି। ଜେଲରେ ଫସଲ ଚାଷ କରି ସେ ୧୮ ହଜାର ଟଙ୍କା କମାଇଛନ୍ତି। ଏଥିପାଇଁ ତାଙ୍କୁ ୧୫କିଲୋ ଓଜନ ମଧ୍ୟ କମାଇବାକୁ ପଡିଛି। ଜେଲରେ ୩ କିଲୋମିଟର ପର୍ଯ୍ୟନ୍ତ ଜମିରେ ଫସଲ ଚାଷ କରିଥିଲେ। ଏଥିପାଇଁ ତାଙ୍କୁ କଡାସୁରକ୍ଷା ଯୋଗାଇ ଦିଆଯାଇଥିଲା। ସୂଚନାଯୋଗ୍ୟ,ହରିୟାଣାର ସୁନାରିଆ ଜେଲରେ ଗତ ଦୁଇବର୍ଷ ହେବ ବନ୍ଦୀ ଜୀବନ କଟାଉଛନ୍ତି ରାମ ରହିମ୍। ପ୍ରଥମେ ପ୍ରଥମେ ତାଙ୍କୁ ଜେଲ୍ ପରିବେଶ ସହ ଖାପଖୁଆଇବା କଷ୍ଟ ହେଉଥିଲା। ଏଥିପାଇଁ ସେ ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଅଭିଯୋଗ କରୁଥିଲେ। ଧିରେ ଧିରେ ସ୍ଥିତି ସାମାନ୍ୟ ସେବା ପରେ ଜେଲରେ ସେ ଫସଲ ଚାଷ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।