Categories: ଜାତୀୟ

ଜେଲ୍‌ରେ ଚିଦାମ୍ବରମଙ୍କୁ ଭେଟିବା ପାଇଁ କଂଗ୍ରେସ ନେତାଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୬।୯: କଂଗ୍ରେସ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ଶୁକ୍ରବାର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରଙ୍କୁ ଭେଟିବାକୁ ତିହାର ଜେଲ୍‌ ଯାଇଥିଲେ। ହେଲେ ସେଠାରେ ସେମାନେ ଚିଦାମ୍ବରମଙ୍କୁ ଭେଟିପାରି ନ ଥିଲେ। କାରଣ ଭେଟିବା ପାଇଁ ନିର୍ଦ୍ଧାରିତ ଥିବା ସମୟ ସୀମା ଶେଷ ହୋଇଯାଇଥିଲା, ତେଣୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇ ନ ଥିଲା। ସୂଚନାଯୋଗ୍ୟ, ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରି ଚିଦାମ୍ବରଙ୍କୁ ତିହାଡ ଜେଲ୍‌କୁ ପଠାଇ ଦେଇଥିଲେ।

Share