ଜେଲ୍‌ରେ ଦଙ୍ଗା: ୫୨ ମୃତ

ରିଓ ଡି ଜେନିରୋ,୩୦ା୭(ଏଏଫ୍‌ପି): ଉତ୍ତର ବ୍ରାଜିଲ୍‌ର ଏକ କାରାଗାରରେ ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଅନୂ୍ୟନ ୫୨ କଏଦୀଙ୍କ ପ୍ରାଣହାନି ଘଟିଛି। ତିନି ମାସ ମଧ୍ୟରେ ବ୍ରାଜିଲ କାରାଗାର ସଂଘର୍ଷ ହେଉଛି ଦ୍ୱିତୀୟ ଘଟଣା। ମେ ମାସରେ ପଡୋଶୀ ରାଜ୍ୟ ଆମାଜୋନାସ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫୫ଜଣଙ୍କ ମୃତ୍ୟୁ ଘଟିଥିଲା। ବ୍ରାଜିଲ ଏକ ଜନବହୁଳ ଦେଶ ଏବଂ କାରାଗାର ବ୍ୟବସ୍ଥା ସେଠାରେ ଅତ୍ୟନ୍ତ ଦୟନୀୟ। ସୋମବାର ପୂର୍ବାହ୍ଣ ୭ଟାରେ ଅଲ୍‌ଟାମିରା ରିଜିଓନାଲ ରିକଭରି ସେଣ୍ଟରରେ ଗୋଷ୍ଠୀ ସଂଘର୍ଷ ଉପୁଜିଥିଲା। ସଂଘର୍ଷ ସମୟରେ ଦୁଇଜଣ ଗାର୍ଡଙ୍କୁ ପଣବନ୍ଦୀ କରି ରଖାଯାଇଥିଲା। ମଧ୍ୟାହ୍ନ ବେଳକୁ ସଂଘର୍ଷ ଥମିଯିବା ପରେ ସେହି ଦୁଇଜଣଙ୍କୁ ମୁକ୍ତ କରାଯାଇଥିଲା। କାରାଗାର କମ୍ପାଉଣ୍ଡରେ କଳାଧୂଆଁ ଉପରକୁ ଉଠୁଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ଦେଖାଯାଇଥିଲା।

Share