Categories: ଖେଳ

ଜେଲ୍‌ରେ ଫୁଟବଲ ଟୁର୍ନାମେଣ୍ଟ ଖେଳିବେ ରୋନାଲ୍ଡିନୋ

କ୍ଲୋରିଣ୍ଡା,୧୪।୩- ପୂର୍ବତନ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ଏବେ ପାରାଗୁଏର ଏକ ଜେଲ୍‌ରେ ଅଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରାୟତଃ ଫୁଟବଲ ପ୍ରଶଂସକଙ୍କୁ ଜଣା ଥିବ। ତାଙ୍କ ଜାଜ୍ୱଲ୍ୟମାନ କ୍ୟାରିୟରରେ ଆଉ ଏକ ଟ୍ରଫି ସାମିଲ ହୋଇପାରେ। ଜେଲ୍‌ରେ ଖେଳାଯିବାକୁ ଥିବା ଏକ ଫୁଟ୍‌ବଲ ପ୍ରତିଯୋଗିତାରେ ବ୍ରାଜିଲ ଷ୍ଟାର ଖେଳିପାରନ୍ତି ବୋଲି ଏବିସି ଟିଭି ପାରାଗୁଏ ପକ୍ଷରୁ କୁହାଯାଇଛି। ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ଦଳକୁ ମିଳିବାକୁ ଥିବା ପୁରସ୍କାର ସମ୍ପର୍କରେ କଦାପି କଳ୍ପନା କରିହେବ ନାହିଁ। ଚାମ୍ପିୟନ ଦଳକୁ ୧୬ କେଜିର ଏକ ଘୁଷୁରି ପୁରସ୍କାର ବାବଦକୁ ମିଳିବ। ମିଳିଥିବା ସୂଚନା ମୁତାବକ ଦଳର ଅଧିନାୟକ ରୋନାଲ୍ଡିନୋଙ୍କ ସହ ଆଲୋଚନା କରିସାରିଛନ୍ତି। କିନ୍ତୁ ମ୍ୟାଚ୍‌ରେ ସେ ଗୋଲ ନ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ପଡ଼ିବ।

Share