Categories: ଗଞ୍ଜାମ

ଜେଲ୍‌ରେ ଭାଇଙ୍କୁ ରାଖୀ ବାନ୍ଧିଲେ ଭଉଣୀ

ବ୍ରହ୍ମପୁର ଅଫିସ୍‌,୧୫।୮-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଗୁରୁବାର ରାଖୀ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ବିଭିନ୍ନ ମାମଲାରେ ସଜା କାଟୁଥିବା ଅନ୍ତେବାସୀଙ୍କୁ ସେମାନଙ୍କ ଭଉଣୀମାନେ ରାଖୀ ବାନ୍ଧିଥିଲେ। ଏଥିପାଇଁ ମଣ୍ଡଳ କାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ଜେଲ୍‌ ଫାଟକର ଗୋଟିଏ ପଟେ ଭାଇମାନେ ଥିବା ବେଳେ ଅନ୍ୟ ପଟରେ ଭଉଣୀମାନେ ସେମାନଙ୍କ ହାତିରେ ରାଖୀ ବାନ୍ଧିଥିଲେ।