ଜେଲ୍‌ରେ ରହିବା ପାଇଁ ବୃଦ୍ଧାବୃଦ୍ଧ କରୁଛନ୍ତି ଅପରାଧ

ଜାପାନରେ ବୟସ୍କ ବ୍ୟକ୍ତିମାନେ ବର୍ତ୍ତମାନ ସମୟରେ ଏକ ବିଚିତ୍ର ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ସେମାନେ ପ୍ରତିଦିନ କିଛି ନା କିଛି ଅପରାଧ କରି ଜେଲ୍‌ ଯିବାକୁ ପସନ୍ଦ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବୟସ୍କ ବ୍ୟକ୍ତିମାନେ ଏଠାରେ ନିଜ ଖୁସିରେ ଅପରାଧ କରି ଜେଲ୍‌ ଯାଇଥାନ୍ତି। ପ୍ରକୃତରେ ଜାପାନରେ ଗୋଟିଏ ଜେଲ୍‌ ଅଛି, ଯେଉଁଠାରେ ବୟସ୍କଙ୍କ ପାଇଁ ଖାଇବା ପିଇବା ଏବଂ ସ୍ବାସ୍ଥ୍ୟ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ। କେବଳ ଏତିକି ନୁହେଁ ଜେଲ୍‌ରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ମିଳିଥାଏ। ଯେଉଁ ବୟସ୍କମାନେ ପରିବାର ସଦସ୍ୟଙ୍କଠୁ ନିର୍ଯାତିତ, ଅବହେଳିତ ଏବଂ ବିତାଡ଼ିତ ସେମାନେ ଏହି ଜେଲ୍‌କୁ ନିଜର ବଞ୍ଚିବାର ସାହାରା ଭାବିନେଇଥାନ୍ତି। ଏଣୁ ପ୍ରତିଦିନ କିଛି ନା କିଛି ଅପରାଧ ଘଟାଇ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସେମାନେ ଏଠାକୁ ଚାଲିଆସନ୍ତି। ପ୍ରାୟତଃ ୬୫ ବର୍ଷର ବୃଦ୍ଧବୃଦ୍ଧାମାନେ ଏଭଳି କରୁଥିବାର ଦେଖାଯାଇଛି।

Share