ଜେଲ୍‌ରେ ଶରିଫଙ୍କୁ ମିଳୁନି ଏସି,ଟିଭି ସୁବିଧା: ଇମ୍ରାନ

ଓ୍ବାଶିଂଟନ,୨୨।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ସେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ସମୟରେ କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜେଲ୍‌ରେ କୌଣସି ପ୍ରକାର ଭିଆଇପି ସୁବିଧା ମିଳୁନାହିଁ। ସେ ଜଣେ ଅପରାଧି ହୋଇଥିବାରୁ ତାଙ୍କୁ ଏସି ବା ଶୀତତାପ ନିୟନ୍ତ୍ରିତ ଓ ଟେଲିଭିଜନ ସୁବିଧା ଦିଆଯାଉ ନାହିଁ। ଇମ୍ରାନ କହିଥିଲେ ଶରିଫ ଜେଲ୍‌ରେ ଘରର ଖାଦ୍ୟ ଚାହୁଁଥିଲେ ସତ ହେଲେ ଯେଉଁ ଦେଶରେ ଅଧିକାଂଶ ଲୋକଙ୍କ ପାଖରେ ଏସି ଓ ଟେଲିଭିଜନ ନାହିଁ ସେଭଳି ପରିସ୍ଥିତିରେ ଜଣେ ଅପରାଧିଙ୍କୁ କିଭଳି ଏମିତି ସୁବିଧା ଦିଆଯିବ। ତା’ହେଲେ ସଜାର ଅର୍ଥ କିଛି ରହିବ ନାହିଁ। ଏହା ବ୍ୟତୀତ ପାକିସ୍ତାନ ଫେରିବା ପରେ ଇମ୍ରାନ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଅବଶ୍ୟ ଏହାକୁ ନେଇ ଶରିଫଙ୍କ ଝିଅ ମରିୟମ ବିଗିଡି ଯାଇ ପାରନ୍ତି। ହେଲେ ଦେଶର ଅର୍ଥ ନ ଫେରାଇବା ପର୍ଯ୍ୟନ୍ତ ଏଭଳି ସଜା ଭୋଗିବାକୁ ପଡିବ।

Share