Categories: ଜାତୀୟ

ଜେଲ୍‌ ଗଲେ ଅପୂର୍ବା

ନୂଆଦିଲ୍ଲୀ,୨୭ା୪(ପି.ଟି.): ରୋହିତ ଶେଖର ତିଓ୍ବାରୀ ହତ୍ୟା ମାମଲାରେ ଗିରଫ ସ୍ତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କୁ ଅଧିକ ଜେରା କରିବା ଆବଶ୍ୟକ ନାହିଁ ବୋଲି ପୋଲିସ ଜଣାଇବା ପରେ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ ଶେରାଓ୍ବତ ଅପୂର୍ବାଙ୍କୁ ଜେଲ୍‌ ପଠାଇଦେଇଛନ୍ତି। ଏନ୍‌.ଡି. ତିଓ୍ବାରୀଙ୍କ ପୁଅ ରୋହିତଙ୍କୁ ଗତ ୧୫ ତାରିଖ ରାତିରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ରୋହିତଙ୍କ ଓକିଲ ସ୍ତ୍ରୀ ଅପୂର୍ବା ଜେରାବେଳେ ପୋଲିସକୁ ଦ୍ୱନ୍ଦ୍ୱରେ ପକାଉଥିବା ଜଣେ ଅଧିକାରୀ କହିଛନ୍ତି। ୪ ଦିନର ଜେରାରେ ସେ କେବେ ଭାଙ୍ଗିପଡ଼ି ନ ଥିବାବେଳେ ଏବେ ଦୁଃଖପ୍ରକାଶ କରୁଛନ୍ତି। ଶାଶୁ ଉଜ୍ଜ୍ୱଳାଙ୍କ ଯୋଗୁ ସେମାନଙ୍କ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥିଲା। ଶାଳୀଙ୍କ ସହ ରୋହିତଙ୍କ ସମ୍ପର୍କକୁ ନେଇ ୧୫ ତାରିଖ ରାତିରେ ସେମାନଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ଅପୂର୍ବା ତକିଆ ସାହାଯ୍ୟରେ ଶ୍ୱାସରୁଦ୍ଧ କରି ରୋହିତଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।

Share