ଜେଲ୍‌ ଗଲେ ଆଇଏଏସ୍‌ ବିଜୟ କେତନ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ରବିବାର ଜେଲ ଯାଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଗତ ୩୦ ତାରିଖରେ ଏକ ବିଲ୍‌ ପାସ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଭିଜିଲାନ୍ସ ବିଭାଗ ତାଙ୍କୁ ଜାନୁୟାରୀ ୧ ତାରିଖରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା।

Share