ଶ୍ରୀନଗର,୧୬।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଅନୁଯାୟୀ ସୋମବାର ଗିରଫ କରାଯାଇଛି। ଏଥିସହ ତାଙ୍କୁ ଯେଉଁ ସ୍ଥାନରେ ରଖାଯିବ ତାହାକୁ ଏକ ନିର୍ଦ୍ଦେଶ ଜରିଆରେ ଅସ୍ଥାୟୀ ଜେଲ୍ ଭାବେ ଘୋଷଣା କରାଯିବ। ଏହି ଆକ୍ଟ ଅନୁସାରେ କୌଣସି ବ୍ୟକ୍ତିଙ୍କ ଉପରେ ବିନା ମାମଲାରେ ୨ବର୍ଷ ପର୍ଯ୍ୟନ୍ତ ଜେଲ୍ରେ ରଖାଯାଇପାରିବ। ଅନ୍ୟପଟେ ଏଆଇଏମ୍ଆଇଏମ୍ର ଏମ୍ପି ଅସବୁଦ୍ଦିନ ଓଓ୍ବେସି କଶ୍ମୀର ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସରକାର ଦାବି କରୁଛନ୍ତି ଜମ୍ମୁ-କଶ୍ମୀରରେ ପରିସ୍ଥିତି ସ୍ବାଭାବିକ ଅଛି ଯଦି ଏହା ଠିକ୍ ତେବେ ସେଠାକୁ ଯିବାକୁ ରାଜନୈତିକ ଦଳକୁ କାହିଁକି ଅନୁମତି ନେବାକୁ ପଡ଼ୁଛି।